ଭୁବନେଶ୍ୱର, ଗତକାଲି ଅନୁଷ୍ଠିତ ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୭୯ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚତୁର୍ଥ ପର୍ଯ୍ୟାୟରେ ସୁବର୍ଣ୍ଣପୁରରେ ସର୍ବାଧିକ ୮୬.୫୧ ପ୍ରତିଶତ, ବରଗଡରେ ୮୪.୮୭ ପ୍ରତିଶତ, ଅନୁଗୁଳରେ ୭୭.୭୫ ପ୍ରତିଶତ, ବାଲେଶ୍ୱରରେ ୭୮.୦୮ ପ୍ରତିଶତ, ବଲାଙ୍ଗୀରରେ ୮୨.୨ ପ୍ରତିଶତ, ଭଦ୍ରକରେ ୭୭ ପ୍ରତିଶତ, କଟକରେ ୮୦.୬୪ ପ୍ରତିଶତ, ଢେଙ୍କାନାଳରେ ୮୦.୫୯ ପ୍ରତିଶତ, ଗଜପତିରେ ୮୨.୧୭ ପ୍ରତିଶତ, ଗଞ୍ଜାମରେ ୬୫.୨ ପ୍ରତିଶତ, ଜଗତସିଂହପୁରରେ ୮୧ ପ୍ରତିଶତ ମତଦାନ ହୋଇଛି ।
ସେହିପରି ଯାଜପୁରରେ ୭୩ ପ୍ରତିଶତ, କଳାହାଣ୍ଡିରେ ୮୦ ପ୍ରତିଶତ, କନ୍ଧମାଳ ଓ ଖୋର୍ଦ୍ଧାରେ ୭୪ ପ୍ରତିଶତ, କେନ୍ଦ୍ରାପଡା ଓ କେଉଁଝରରେ ୭୭ ପ୍ରତିଶତ, କୋରାପୁଟରେ ୮୨ ପ୍ରତିଶତ, ମାଲକାନଗିରିରେ ୭୪ ପ୍ରତିଶତ, ମୟୁରଭଞ୍ଜରେ ୭୫ ପ୍ରତିଶତ, ନବରଙ୍ଗପୁରରେ ୮୩ ପ୍ରତିଶତ ମତଦାନ ହୋଇଛି ।
ଉଲ୍ଲେଖନୀୟ ଯେ ରାଜ୍ୟରେ ଫେବୃୟାରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଫେବୃୟାରୀ ୧୮ ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ଫେବୃୟାରୀ ୨୦ ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ ହୋଇଛି । ୨୪ତାରିଖରେ ପଂଚମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ।