ଭୁବନେଶ୍ୱର, ବିଜେପି କର୍ମୀଙ୍କ ଗୁଣ୍ଡାରାଜ ବିରୋଧରେ ବିଜେଡି ପକ୍ଷରୁ ରାଜ୍ୟ ନିର୍ବାନଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ପଂଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ଏହାସହ ନିର୍ବାଚନ କମିଶନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ଦଳ ।
ଅପରପକ୍ଷରେ ବିଭିନ୍ନ ସ୍ଥାନରେ ହିଂସା, ମାରପିଟ୍, ରିଗିଂ ସହିତ ଅନ୍ୟ ଅନିୟମିତତା ପ୍ରତିବାଦରେ ରାଜ୍ୟ ବିଜେପି ମଧ୍ୟ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ।
ବିଜେପି ନେତା ସୁରଥ ବିଶ୍ୱାଳ କହିଛନ୍ତି, ଗଣତନ୍ତ୍ରରେ ପ୍ରଥମ ଥର ପାଇଁ ଅରାଜକତା ଓ ହିଂସା ଦେଖିବାକୁ ମିଳିଛି । ବିଜୁ ଜନତା ଦଳ ପଂଚାୟତ ନିର୍ବାଚନକୁ ପ୍ରହସନରେ ପରିଣତ କଲାଣି । ସମସ୍ତ ଅଫିସରକୁ ବିଜେଡି ସପକ୍ଷରେ ପ୍ରଚାର କରିବା ବାଧ୍ୟ କରୁଛି । ଆମେ ଏନେଇ ନିର୍ବାଚନ କମିଶନରଙ୍କ ପାଖରେ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ରାଜ୍ୟ ନିର୍ବାଚନ କମିଶନ ପକ୍ଷ ପାତିତା କରୁଛନ୍ତି । ଏଥିପାଇଁ ଆମେ ଆଜି ରାଜ୍ୟ ନିର୍ବାଚନ କମିଶନ ଅଫିସ ଆଗରେ ଧାରଣା ଦେଇଛୁ ।
ଅନ୍ୟପଟେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ପଂଚାୟତ ନିର୍ବାଚନରେ ହେଉଥିବା ହିଂସା, ମାରପିଟ୍, ରିଗିଂ ସହିତ ଅନ୍ୟ ଅନିୟମିତତା ନେଇ ଆମେ ଆଠ ଧର ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛୁ । ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏଥିପାଇଁ ଆମେ ରାଜ୍ୟ ନିର୍ବାଚନ କମିଶନଙ୍କୁ ପୁଣି ଭେଟିବାକୁ ଆସିଛୁ ।