-
କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପାଇଁ ନିବେଦନ,
ଯାଜପୂର ବିଞ୍ଛାରପୂରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କୁ ପୁରୀ ଜିଲ୍ଲାର ଯୁବ ଅଧିବକ୍ତା ସଂଘର ନିନ୍ଦା ଡିଜିଙ୍କ ଉଦ୍ଦେଶ୍ୟ ରେ ପୁରୀ ଆରକ୍ଷୀ ଅଧିକ୍ଷକ ଙ୍କୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନିବେଦନ |
ସାମ୍ବାଦିକ ମାନେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ନିର୍ବାଚନ ସମୟରେ ବିଭିନ୍ନ ସମ୍ବେଦନଶୀଳ ବୁଥ୍ କୁ ଯାଇ ନିଜର ଜୀବନକୁ ପାଣି ଛଡାଇ କର୍ତ୍ତବ୍ୟ କରି ବିଭିନ୍ନ ଘଟଣା ଦୁର୍ଘଟଣା କୁ ଲୋକଲୋଚନକୁ ଆଣିଥାନ୍ତି ତେଣୁ ନିର୍ବାଚନ ସମୟରେ ସାମ୍ବାଦିକ ବନ୍ଧୁ ମାନଙ୍କୁ ଯେଉଁ ଭଳି ମାରଣାତ୍ମକ ଆକ୍ରମଣ କରାଗଲା ତାହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ |
ତେଣୁ ନିର୍ବାଚନ ସମୟରେ ସରକାରୀ କର୍ମଚାରୀ ବା ପୁଲିସ ଅଧିକାରୀଙ୍କୁ ଯେଉଁ ଆଧାରରେ ସୁରକ୍ଷା ଯୋଗାଇ ଦିଆଯାଉଛି ଠିକ ସେହିପରି ଭାବରେ ନିର୍ବାଚନ ସମୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ଯାହା ଫଳରେ ସାମ୍ବାଦିକ ମାନେ ନିର୍ବାଚନ ସମୟରେ ଖବର ସଂଗ୍ରହ ବେଳେ ନିଜକୁ ସୁରକ୍ଷିତ ମଣିବେ ବୋଲି ଉଲ୍ଲେଖ କରାଯାଇଛି |
ଉକ୍ତ ସ୍ମାରକ ପତ୍ର ପ୍ରଦାନ ସମୟରେ ଆବାହକ ଅନିଲ୍ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ,ସୁଭାଶିଷ ମହାନ୍ତି,ରଘୁନାଥ ପଟ୍ଟନାୟକ,ଶକ୍ତିଧର ବିଶୋଇ,ଅଶୋକ କୁମାର ମଲ୍ଲିକ, ପ୍ରଶାନ୍ତ ରଣା ପ୍ରମୁଖ ଉପସ୍ଥିତ ଥିଲେ |