ସୋମବାର ଦିନ ସରସତୀ ଶିଶୁ ବିଦ୍ୟା ମନ୍ଦିର , ଘୋଡ଼ାବଜାର , ପୁରୀ ପରିସରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଭାତରେ ବିଦ୍ୟାଳୟ ପରିସର ରୁ ବିଦ୍ୟାଳୟ ର ବିଭିନ୍ନ ସାହିତ୍ୟିକ ଙ୍କ ବେଶରେ ଥିବା ଶିଶୁ ,ଅଭିଭାବିକା, ଗରୁଜୀ- ଗୁରୁମା ମାନଙ୍କ ଏକ ଶୋଭାଯାତ୍ରା ରୁ ବାହାରି ଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ କୃଷକ ଵିଦ୍ୟାପୀଠ, ସୁନାମୁଇଁର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଦାଶିବ ମିଶ୍ର ଅତିଥି ରୂପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ସହିତ କାର୍ଯକ୍ରମକୁ ଉଦ୍ଘାଟନ କରିଥିଲେ । ମହାଶୟ ମାତୃଭାଷାର ଗୁରୁତ୍ବ ସମ୍ପର୍କରେ ମତ ରଖିଥିଲେ ।ସାମୁହିକ ସଙ୍ଗୀତ ଓ ନୃତ୍ୟ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା – ( ଢ଼ଗଢ଼ମାଳୀ , ଶୁଦ୍ଧଲିଖନ , ପତ୍ରବାଚନ , କବିତା ଆବୃତ୍ତି , ବେଶ ପ୍ରତିଯୋଗିତା , ନିବନ୍ଧ , ସାଧାରଣଜ୍ଞାନ , ଫଟୋଚିତ୍ର ସଂଗ୍ରହ) ର ବିଜୟୀ ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ପରିପ୍ପଳନା ସମିତିର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ଭୂୟାଁ ଓ ସମ୍ପାଦକ ଶ୍ରୀଯୁକ୍ତ ସିମାଚଳ ପଣ୍ଡା ,ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ଦାସ , ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ସ୍ନେହଲତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଅତିଥୀଙ୍କ ପରିଚୟ ଓ ସ୍ୱାଗତ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରଦାନ କରିଥଲେ ।ଶେଷରେ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥଲା ।
Related Stories
November 23, 2024