
ଭୁବନେଶ୍ୱର, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମୟୁରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ସକାଳ ସମୟରେ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରି ଉତ୍କଳ ସମ୍ମିଳନୀ ସରଣୀରେ ନାମ ଫଳକ ନଲାଗିବା ଯୋଗୁଁ ଦୁଖଃ ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ, ପାୱାର ହାଉସ ଛକରେ ଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବଙ୍କ ପ୍ରତିମୂର୍ତି ପାଖରୁ ସିଆରପି ଛକ ପର୍ଯ୍ୟନ୍ତ ରାସ୍ତାର ନାମ ଉତ୍କଳ ସମ୍ମିଳନୀ ସରଣୀ । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ବିଭାଗର ଅନୁ ଶାସନ ସଚିବ ଲକ୍ଷ୍ମିଧର ବେହେରା ଯୋଗ ଦେଇ ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତିଙ୍କୁ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବ ସମ୍ମାନରେ ସମ୍ମାନୀତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବିଦ୍ଧୀ ଓ ବାସନ୍ତି ତ୍ରୀପାଠି, ଭୁବନେଶ୍ୱର ଶାଖା ଉପ ସଭାପତି ସୁବ୍ରତ ମହାପାତ୍ର, ଯୁଗ୍ମ-ସମ୍ପାଦକ ସିଧାର୍ଥ ଶଙ୍କର ଗଡନାୟକ, ମହେଶ୍ୱର ବିଶ୍ୱାଳ, ଅକ୍ଷୟ କୁମାର ଜେଠୀ, ସମରଞ୍ଜନ ମହାନ୍ତି, ଦୀପ୍ତିମୟୀ ନାୟକ, ଶରତ ଚନ୍ଦ୍ର ସାହୁ, ଗୋପୀ ମୋହନ ପଟ୍ଟନାୟକ ଓ ରାମଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଁ ଥିଲେ ।