ଭୁବନେଶ୍ୱର – ନୟାଗଡ଼ ଜିଲ୍ଲା ରଣପୁରର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସପିଟାଲର ଉନ୍ନତିକରଣ ଦିଗରେ ଥିବା ବିଭିନ୍ନ ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା ହୋଇ ହସପିଟାଲ୍କୁ କିଭଳି କ୍ରିୟାଶୀଳ କରାଯାଇପାରିବ ଓ ଏହା ଦ୍ୱାରା କିପରି ଅଂଚଳବାସୀ ଉପକୃତ ହୋଇପାରିବେ ସେ ଦିଗରେ ନିଷ୍ପତି ନିଆଯାଇଥିଲା ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ହସପିଟାଲର ସିଭିଲ୍ କନଷ୍ଟ୍ରକସନ, ମୁଖ୍ୟ ଫାଟକ ନିର୍ମାଣ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଅପରେସନ ଥିଏଟର ପାଇଁ ଆବଶ୍ୟକ ସରଞ୍ଜାମ, ଯନ୍ତ୍ରପାତି, ଡାକ୍ତର ପଦବୀ ପୂରଣ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ସେଥିପାଇଁ ତୁରନ୍ତ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ଦାସ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।