
-
ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟୀର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ନେତା ଏବଂ କଟକ ମହାନଗର ନିଗମର ପୂର୍ବତନ ଉପନଗରପାଳ ବିଜୟ ମହାପାତ୍ର (ବେଙ୍ଗ ଭାଇ)ଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।
ସ୍ୱର୍ଗତଃ ୧୯୮୫ ମସିହାରେ କଟକ ବିଧାନସଭା ଆସନରୁ ବିଜେପିର ପ୍ରଥମ ପ୍ରାର୍ଥୀ ଭାବେ ଲଢିଥିଲେ । ଭାଇଚାରା କଟକ ସହରରେ ସ୍ୱର୍ଗତଃ ମହାପାତ୍ର ଜଣେ ଜଣାଶୁଣା ସମାଜସେବୀ ଭାବେ ସୁନାମ ଅର୍ଜନ କରିଥିଲେ । ଉପନଗରପାଳ ଭାବେ କଟକ ସହରର ପାଇଁ ସ୍ୱର୍ଗତଃ ମହାପାତ୍ରଙ୍କ କାର୍ଯ୍ୟ ଓ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ଏବଂ ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଗଭୀର ଶୋକ ବ୍ୟକ୍ତ କରି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାର ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ ପାଇଁ ଶ୍ରୀ ମହାନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।