
ଭୁବନେଶ୍ୱର, ପଂଚାୟତ ନିର୍ବାଚନ ଭୋଟ୍ ଗଣତି ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଯେଉଁମାନେ ଗଣତିରେ ରହିବେ ସେମାନଙ୍କ କୋଭିଡ୍ ଆରଟି ପିସିଆର ନେଗେଟିଭ ରିପୋର୍ଟ ଥିବା ଜରୁରୀ । ଯେଉଁମାନେ କାଉଂଟିଂ ଏଜେଂଟ ରହିବେ ସେମାନଙ୍କ ରାପିଡ୍ ଆଂଟିଜେନ୍ ଟେଷ୍ଟ ମଧ୍ୟ କରାଯିବ । କାଉଂଟିଂ ସେଟର ମଧ୍ୟକୁ ପ୍ରବେଶ କରୁଥିବା ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ । ଏନେଇ ସୋମବାର ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଆର ଏନ ସାହୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ।
ଚିଠିରେ ଉଲ୍ଲେଖ କରାଯାଇଛି ଯେ ଗଣତିର ୪୮ ଘଂଟା ପୂର୍ବର କୋଭିଡ୍ ନେଗେଟିଭ ରିପୋର୍ଟ ଦେବେ । ଏଥିସହ ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କୁ ହିଁ କେବଳ ଗଣତି ପାଇଁ ଅନୁମତି ମିଳିବ । ଯେଉଁମାନଙ୍କ କରୋନା ଲକ୍ଷଣ ଥିବ ସେମାନଙ୍କୁ ଭୋଟ ଗଣତି ପାଇଁ ଅନୁମତି ମିଳିବ ନାହିଁ ।
ପଂଚାୟତ ନିର୍ବାଚନ ପାଇଁ ୩ ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦୁଇଟି ପର୍ଯ୍ୟାୟ ମତଦାନ ପରେ ଆରମ୍ଭ ହେବ ଭୋଟ ଗଣତି ।