
ଭୁବନେଶ୍ୱର, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରବିବାର ଦିନ ଅନୁଷ୍ଠିତ ୩ୟ ପର୍ଯ୍ୟାୟ ମତଦାନରେ ରେକର୍ଡ ସଂଖ୍ୟକ ୭୮.୬% ମତଦାନ ହୋଇଛି । ଗତ ନିର୍ବାଚନରେ ମତଦାନ ହାର ପର୍ଯ୍ୟାୟ ଅନୁଯାୟୀ ବଢ଼ିଥିବାବେଳେ ଆଗକୁ ବି ସେହି ଧାରା ବଜାୟ ରହିବାର ସମ୍ଭାବନା ଅଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।
୩ୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୭.୪୪% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୬.୭୫% ମତଦାନ ହୋଇଛି । ସେହିପରି ଅନୁଗୁଳରେ ୮୪.୨୪%, ବାଲେଶ୍ୱରରେ ୭୪.୭୨%, ବଲାଙ୍ଗୀରରେ ୭୧.୮୩%, ବରଗଡ଼ରେ ୮୨.୬୩%, ଭଦ୍ରକରେ ୭୭%, ବେ?ଦ୍ଧରେ ୮୧.୩୧%, କଟକରେ ୭୯.୨୬%, ଦେବଗଡ଼ରେ ୭୯.୮%, ଢେଙ୍କାନାଳରେ ୮୦.୩୯%, ଗଜପତିରେ ୮୨.୭୨%, ଜଗତସିଂହପୁରରେ ୭୬%, ଯାଜପୁରରେ ୭୧ %, କଳାହାଣ୍ଡିରେ ୭୭.୫୯%, କନ୍ଧମାଳରେ ୮୧.୩୫%, କେନ୍ଦ୍ରାପଡ଼ାରେ ୭୨.୨୫%, କେନ୍ଦୁଝରରେ ୭୭.୮୯%, ଖୋର୍ଦ୍ଧାରେ ୭୬.୪୯%, କୋରାପୁଟରେ ୮୪.୭୮%, ମାଲକାନଗିରିରେ ୭୬.୬୩%, ମୟୂରଭଞ୍ଜରେ ୭୮.୫୩%, ନବରଙ୍ଗପୁରରେ ୮୬.୩୩%, ନୟାଗଡ଼ରେ ୭୮.୨%, ନୂଆପଡ଼ାରେ ୭୮.୨୪%, ପୁରୀରେ ୮୦.୧୨%, ରାୟଗଡ଼ାରେ ୭୯.୪୪%, ସମ୍ବଲପୁରରେ ୮୧.୦୭%, ସୁବର୍ଣ୍ଣପୁରରେ ୮୭.୪୪%, ସୁନ୍ଦରଗଡ଼ରେ ୭୫.୪୫% ମତଦାନ ହୋଇଛି ।
ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ବୁଧବାର ୭୭.୨% ଓ ଦ୍ୱିତୀୟ ପର୍ଯ୍ୟାୟରେ୭୮.୩ ପ୍ରତିଶତ ମତଦାନ ହୋଇଥିଲା ।