
ବଲାଙ୍ଗିର, ବଲାଙ୍ଗିର କଲେଜ ଛକ ସରସ୍ଵତୀ ଶିଶୁମନ୍ଦିରରେ ବିଶ୍ଵ ମାତୃଭାଷା ଦିବସ ଉପଲକ୍ଷେ କୋଶଳୀ ଭାଷାରେ ଥିବା ମହତ୍ତ୍ୱ ଉପରେ ମୁଖ୍ୟ ଅତିଥି ଅଧିବକ୍ତା ଗଜାନନ ମିଶ୍ର ମନ୍ତବ୍ୟ ଦେଇଥିଲେ ଯେ, ଯଦି ଆମେ ଅନ୍ୟ ଭାଷା ଅପେକ୍ଷା ନିଜ ମାତୃଭାଷାରେ ପାଠ ପଢିବା ତାହେଲେ ଅଧିକ ଭଲ ପାଠ ପଢିବା ସଙ୍ଗେ ସଙ୍ଗେ ପିଲାଙ୍କୁ ଅଧିକ ବୋଧଗମ୍ୟ ହୋଇପାରିବ । ତେଣୁ, ଆମର ନୂତନ ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ମହତ୍ତ୍ୱ ଦିଆଯାଇଛି ବୋଲି ସେ କହିଥିଲେ । ସ୍କୁଲ ପରିଚାଳନା କମିଟିର ଉପସଭାପତି କାଳିପ୍ରସାଦ ମିଶ୍ର ସଭାରେ ଅଧକ୍ଷତା କରିଥିଲେ । ସ୍ଵାଗତ ଭାଷଣ ଦେଇଥିଲେ ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ମିଶ୍ର । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନୀଳାଚଳ ଚିରଗୁନ । ପ୍ରଥମରୁ ଭାରତମାତା ମା ସରସ୍ୱତୀ ଓମ୍ ପୂଜାର୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶେଷରେ ଶାନ୍ତି ପାଠ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।