ଜୟପୁର, ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରିଛି ଜୟପୁର ସାମ୍ବାଦିକ ସଂଘ । ଜୟପୁର ସହରରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଜୟପୁର ଟାଉନ ଥାନା ଅଧିକାରି ସଞ୍ଜୟ କୁମାର ମଣ୍ଡଳଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସୁମନ୍ତ ସାହୁଙ୍କ ଆହ୍ୱାନରେ ଜୟପୁର ସମ୍ବାଦିକ ମାନେ ଏହି ପ୍ରତିବାଦ କରିଥିଲେ । ଗତ କିଛି ଦିନ ହେବ ରାଜ୍ୟରେ କ୍ରମାଗତ ଭାବେ ବିଭିନ୍ନ ଅଞ୍ଚଳରେ ସାମ୍ବାଦିକଙ୍କ ପ୍ରତି ଆକ୍ରମଣ ପରି ଘଟଣା ବୃଦ୍ଧି ପାଉଛି । ଏମିତିକି ପଞ୍ଚାୟତ ନିର୍ବାଚନ ବେଳେ ମଧ୍ୟ ସାମ୍ବାଦିକଙ୍କୁ ଆକ୍ରମଣ ହେଉଛି । ଏହାକୁ ତିବ୍ର ନିନ୍ଦା କରାଯାଇଛି । ଗତକାଲି ଏପରି ଘଟଣା ଯାଜପୁରରେ ଘଟିଛି । ସାମ୍ବାଦିକଙ୍କ ଉପରେ ଆକ୍ରମଣ କରୁଥିବା ଦୋଷିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ହେଲେ ଯେପରି ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଉଛି । ପୋଲିସ ସେଭଳି ତତ୍ପର ହେବାକୁ ଦାବି କରିବା ସହ ନିର୍ବାଚନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଦେବାକୁ ଦାବି ହୋଇଛି ।
ଏହି ଦାବିପତ୍ର ପ୍ରଦାନ ସମୟରେ, ରାଜେନ୍ଦ୍ର ଗୌଡ, ଯୋଗେନ୍ଦ୍ର ସିଂ, ଟି. ଗୌରିଶଙ୍କର, କେ. ଶ୍ରୀନିବାସ ରାଓ, ଜ୍ଞାନଚାନ୍ଦ ଜଗନ୍ନାଥ, ସୁକାନ୍ତ ବେହେରା, ଦେବି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।