
ଜୟପୁର, ଜୟପୁର ଅରବିନ୍ଦ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଛି । ଜୟପୁର ସାଧନ କେନ୍ଦ୍ର ସଂଯୋଜକ ତଥା ଓଡିଆ ଭାଷା ଗବେଷକ କମଳାକୃଷ୍ଣ ତ୍ରିପାଠି ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାତୃଭାଷା ଓଡିଆର ଉତ୍ପତ୍ତି, ବିକାଶ ଓ ସମୃଦ୍ଧି ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ । ଓଡିଆ ଭାଷା ବିଶ୍ୱର ଏକ ସମୃଦ୍ଧ ଭାଷା ମଧ୍ୟରୁ ଅନ୍ୟତମ ଓ ଏହାର ସୁରକ୍ଷା ଦାୟିତ୍ୱ ଆମ ମାନଙ୍କର ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ମାତୃଭାଷା ଦିବସର ତାତ୍ପଯ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଅମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଆୟୋଜିତ ହୋଇଥିବା ପୁସ୍ତକ ପଠନ, ପ୍ରବନ୍ଧ, ବକୃତା, ଆଶୁ ଭାଷଣ, ଅନ୍ତାକ୍ଷରି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପରୁସ୍କୃତ କରାଯାଇଥିଲା । ଭାଗବତ ଷଡଙ୍ଗି, ସୁକଦେବ ସାହୁ, ବବିତା ପାତ୍ର, ସସ୍ମିତା ରଥ, ତ୍ରିପତ୍ତି ସାହୁ, ଅନିଲ ସତପଥି, ହୃଷିକେଷ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।