ଭୁବନେଶ୍ୱର – ଏଣିକି କଂଗ୍ରେସ ଦଳ ଆଦର୍ଶ ଦଳ ହୋଇ ରହିବ ନାହିଁ । କ୍ୟାଡର ଭିତିକ ଦଳ କରାଯିବ । ଏଥିପାଇଁ ଯୋଜନା ପ୍ରସ୍ତତ କରାଯାଉଛି ବୋଲି ବରିଷ୍ଠ କଂଗ୍ରେସ ନେତା , ଏଆଇସିସି ସମ୍ପାଦକ ରାମଚନ୍ଦ୍ର ଖୁଂଟିଆ ପ୍ରକାଶ କରିଛନ୍ତି । ସେ କହିଛନ୍ତିଯେ ଦଳ ପକ୍ଷରୁ ସଭ୍ୟ ସଂଗ୍ରହ କରାଯିବ ସେଥିରେ ଭୋଟର ପରିଚୟ ପତ୍ର ଲିଙ୍କ୍ କରାଯିବ । ବିଜେଡି ଭଳି ଆଧାର ଲିଙ୍କ୍ କରାଯିବ ନାହିଁ ।
୨୦୨୨ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ । ୫ ଟଙ୍କା ଦେଇ ୫ ବର୍ଷ ପାଇଁ ଜଣେ ବ୍ୟକ୍ତି ସଭ୍ୟ ହୋଇପାରିବେ । ଯୁବ ଗୋଷ୍ଠୀ ମାନଙ୍କୁ ନେଇ କ୍ୟାଡର ସୃଷ୍ଟି କରାଯିବ ଏବଂ ସେମାନଙ୍କୁ ପ୍ରେରକ କୁହାଯିବ । ସେମାନଙ୍କୁ ତାଲିମ ଦେବା ପାଇଁ କଂଗ୍ରେସ ଦଳରେ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯିବ । ଏହା ବ୍ୟତୀତ କ୍ୟାଡର ମାନଙ୍କ ପାଇଁ ସିଲାବସ୍ ମଧ୍ୟ ପ୍ରସ୍ତୁତ ହେବ । ଏହି ପ୍ରେରକ ମାନେ ଆରଏସଏସ୍ ଓ ବିଜୁ ଯୁବ ବାହିନୀକୁ କାଉଂଟର କରିବେ । କଂଗ୍ରେସର ଏହି ନିଷ୍ପତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ଏହା ଏଭଳି ପଦକ୍ଷେପ ଗଣତନ୍ତ୍ର ପ୍ରତି ଶୁଭଦାୟକ ।