ଜୟପୁର, ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବୈପାରିଗୁଡା ଜୋନ୍ ପକ୍ଷରୁ କୋଲାର୍ ଗ୍ରାମପଞ୍ଚାୟତର ନୂଆଗୁଡା ଠାରେ ଏକ ନିର୍ବାଚନୀ ସଭା ନରସିଂହ କମାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ସଭ୍ୟ ପ୍ରମୋଦ କୁମାର ମହାନ୍ତି ଆହ୍ବାନ ଦେଇଛନ୍ତି ଯେ, ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ମାନଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ତୃଣମୂଳ ସ୍ତରରେ ରାଜନୈତିକ ସଚେତନତା ଅଭିଯାନ ପାଇଁ ବିଜେପି ଓ ବିଜେଡ଼ିର ଜନ ବିରୋଧି ନୀତି ବିରୁଦ୍ଧରେ ଏକ ହୋଇ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ହାତ ଚିହ୍ନ ରେ ଭୋଟ ଦିଅନ୍ତୁ । ଦରଦାମ ବୃଦ୍ଧି, ପେଟ୍ରୋଲ ଡିଜେଲ ଦର ବୃଦ୍ଧି, ବେକାରୀ ସମସ୍ୟା ଏବଂ ବିଜେଡ଼ି ଦଳର ବିଦ୍ୟୁତ୍ ଦର ବୃଦ୍ଧି ନୀତି ବିରୁଦ୍ଧରେ ଏକ ହୋଇ ଜନବିରୋଧୀ ସରକାର ବିରୁଦ୍ଧରେ ମତ ସାବ୍ୟସ୍ତ କରିବା ପାଇଁ ନିବେଦନ କରିଛନ୍ତି ।
ଆଜିର ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନନ୍ଦ କୁମାର, ନରସିଂହ କମାର, ଚନ୍ଦନ ବଡନାୟକ, ବୁଦ୍ରା ବଡନାୟକ ପ୍ରମୁଖ ଉଦବୋଧନ ଦେଇ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ହାତ ଚିହ୍ନ, ସମିତି ସଭ୍ୟ ପ୍ରାର୍ଥୀ ପ୍ରଭୁନନ୍ଦ ମୁଦୁଲିଙ୍କୁ ସମିତି ସଭ୍ୟ ଭାବେ ବସ୍ ଚିହ୍ନ ଓ ସରପଞ୍ଚ ପ୍ରାର୍ଥୀଙ୍କୁ ମାଛ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।