
ପୁରୀ, ଭୁବନେଶ୍ୱର, ଭାରତର ବିଭିନ୍ନ ଭାଗରେ ବିବିଧ ପରମ୍ପରା ଓ ଧାର୍ମିକ ପ୍ରଣାଳୀ ପ୍ପଚଳିତ ରହିଛି । ହେଲେ ଏହି ସବୁ ଆସ୍ଥା ପଛରେ ଏକ ମାତ୍ର ବିଚାର ରହିଛି ଓ ତାହା ହେଲା ଇଶ୍ୱର ଭକ୍ତି ସହିତ ସମ୍ପୂର୍ଣ ମାନବିକତାକୁ ଗୋଟିଏ ପରିବାର ବୋଲି ମନେ କରି ସମସ୍ତଙ୍କ କଲ୍ୟାଣ ପାଇଁ କାମ କରିବା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି । ପୁରୀ ଠାରେ ଗୌଡୀୟ ମଠର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀମଦ ଭକ୍ତ ିସିଦ୍ଧାନ୍ତଙ୍କ ୧୫୦ ତମ ଜୟନ୍ତୀର ଉଦଘାଟନ ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି ।
ସେ କହିଛନ୍ତି ଯେ ପରମ ଶକ୍ତି ସମସ୍ତ ରୂପରେ ପୂଜନୀୟ । ହେଲେ ଭାରତରେ ଭକ୍ତି ଭାବରେ ଇଶ୍ୱରକୁ ପୂଜା କରିବାର ପରମ୍ପରା ସବୁଠାରୁ ଗୁରୁତ୍ୱପୂର୍ଣ । ଆମ ଭାରତ ଭୂମି ଧନ୍ୟ କାରଣ ଏଠାରେ ଚୈତନ୍ୟ ମହାପ୍ରଭୁଙ୍କ ଭଳି ମହାନ ପୁରୁଷ ଜନ୍ମ ନେଇ ନିସ୍ୱାର୍ଥ ଉପାସନାର ମାର୍ଗ ଦେଖାଇଛନ୍ତି ।