ଭଦ୍ରକ – ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ଯ୍ୟ କୁମାର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଦାଶ ଯୋଗ ଦେଇ ଅଭିଯୋଗକାରୀଙ୍କ ଅଭିଯୋଗର ଶୁଣାଣୀ କରିଥିଲେ । ଆଜି ମୋଟ ୧୨୦ଗୋଟି ଅଭିଯୋଗ ପଞ୍ଜିକୃତ ହୋଇ ଏହାର ଶୁଣାଣୀ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଚିକିତ୍ସା ସହାୟତା, ଜମିବାଡ଼ି ନେଇ ବିବାଦ ନେଇ ବହୁ ଅଭିଯୋଗ ଆସିଥିଲା । ଏହାର ଶୁଣାଣୀ କରାଯିବା ସହିତ କେତେକ ଅଭିଯୋଗ ସଂପୃକ୍ତ ବିଭାଗକୁ ପଠାଯାଇଥିଲା ।
Related Stories
November 23, 2024
November 23, 2024