
କଟକ, ଖୁଂଟୁଣୀ ପଚାଂୟତରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିରୋଧ କରାଯାଇଛି । ମନ୍ତ୍ରୀ ରଣେନ୍ଦ୍ର ଜଣେ ସରପଚଂ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିବା ବେଳେ ଅନ୍ୟ ଜଣେ ପ୍ରାର୍ଥୀ ଏହାକୁ ବିରୋଧ କରିଛନ୍ତି । ବିରୋଧ କରିଥିବା ସରପଚଂ ପ୍ରାର୍ଥୀ ମଧ୍ୟ ବିଜେଡ଼ି ସମର୍ଥକ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମନ୍ତ୍ରୀଙ୍କୁ ଉଦ୍ଧାର କରିଛି ।