
ଭୁବନେଶ୍ୱର, ଶୁକ୍ରବାର ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩% ଲୋକ ମତଦାନ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅପରପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଦୁଇଟି ବୁଥରୁ ବାଲାଟ ତ୍ରୁଟି ନେଇ ରିପୋର୍ଟ ଆସିଛି ।
ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୪.୮୬% ମତଦାନ ହୋଇଛି । ସେହିପରି ଅନୁଗୁଳରେ ୮୦.୩୨%, ବାଲେଶ୍ୱରରେ ୭୮.୭୪%, ବଲାଙ୍ଗୀରରେ ୭୪.୬୩%, ବରଗଡ଼ରେ ୭୬.୨%, ଭଦ୍ରକରେ ୮୧.୦୪%, ବୌଦ୍ଧରେ ୮୪.୯%, କଟକରେ ୭୯.୬୪%, ଦେବଗଡ଼ରେ ୭୮.୩୩%, ଢେଙ୍କାନାଳରେ ୮୧.୦୮%, ଗଜପତିରେ ୮୨.୬୯%, ଜଗତସିଂହପୁରରେ ୭୮.୬୨%, ଯାଜପୁରରେ ୭୬ %, ଝାରସୁଗୁଡ଼ାରେ ୮୫.୧୪%, କଳାହାଣ୍ଡିରେ ୮୩.୮୧%, କନ୍ଧମାଳରେ ୭୯.୫%, କେନ୍ଦ୍ରାପଡ଼ାରେ ୭୪.୮୮%, କେନ୍ଦୁଝରରେ ୭୮.୧୮%, ଖୋର୍ଦ୍ଧାରେ ୭୩.୯୭%, କୋରାପୁଟରେ ୭୯.୦୧%, ମାଲକାନଗିରିରେ ୭୩.୪୩%, ମୟୂରଭଞ୍ଜରେ ୭୬.୮୫%, ନବରଙ୍ଗପୁରରେ ୮୧.୭୩%, ନୟାଗଡ଼ରେ ୭୭.୯୫%, ନୂଆପଡ଼ାରେ ୭୭.୬୭%, ପୁରୀରେ ୭୯.୧୬%, ରାୟଗଡ଼ାରେ ୭୭.୧୬%, ସମ୍ବଲପୁରରେ ୭୮.୪୩%, ସୁବର୍ଣ୍ଣପୁରରେ ୮୫.୬୭%, ସୁନ୍ଦରଗଡ଼ରେ ୭୪.୨୫% ମତଦାନ ହୋଇଛି ।
ସୂଚନାଯୋଗ୍ୟ, ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୭.୨% ଲୋକ ମତଦାନ କରିଥିଲେ ।