-
ଗଜପତି ମହାରାଜ କରୋନା ସଂକ୍ରମିତ ଏବଂ ୭ଦିନ ପର୍ଯ୍ୟନ୍ତ ରହିବେ ସଂଘରୋଧ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶନିବାର ତା ୧୯.୨.୨୦୨୨ରିଖ ସନ୍ଧ୍ୟା ୫ ଘଟିକା ସମୟରେ ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କର ଶ୍ରୀମନ୍ଦିର ଦର୍ଶନ ଆଗମନରେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଗଜପତି ମହାରାଜାଙ୍କ ଦ୍ଵାରା ସ୍ଵାଗତ କରିବାର କାର୍ଯ୍ୟକ୍ରମ ରହିଅଛି ।ଯେହେତୁ ସମସ୍ତ କାର୍ଯ୍ୟକ୍ରମ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ସେଥିପାଇଁ ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କର RTPCR TEST ତା ୧୮.୨.୨୦୨୨ରିଖ
ଶୁକ୍ରବାର ଦିନ କରିବାପରେ ଗଜପତି ମହାରାଜାଙ୍କର Covid-19 Test Report Positive ଆସିଅଛି । ତେଣୁ ଆସନ୍ତା ତା ୧୯.୨.୨୦୨୨ ରିଖରେ ମହାମହିମ ରାଷ୍ଟ୍ରପତିଙ୍କ
ସ୍ଵାଗତ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଶ୍ରୀ ଗଜପତି ମହାରାଜା ଯୋଗଦେଇ ପାରିବେ ନାହିଁ । ଶ୍ରୀ ଗଜପତି ମହାରାଜାଙ୍କ ସଂକ୍ରମଣ asymptomatic ରହିଅଛି ଏବଂ
ମହାରାଜା କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ଅନୁଭବ କରୁ ନାହାନ୍ତି । ଶ୍ରୀ ଗଜପତି ମହାରାଜା ବର୍ତ୍ତମାନ ୭ଦିନ ପର୍ଯ୍ୟନ୍ତ ଗୃହ ସଂଘରୋଧରେ ରହିବେ ବୋଲି ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି |