ଘସିପୁରା, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଘଷିପୁରା ବ୍ଲକ ଅଫିସ ର ପୁରୁଣା ଗୋଦାମ କୋଠରୀ ଭିତରୁ ଆଜି ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହକୁ ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି । ସ୍ଥାନୀୟ ଲୋକମାନଙ୍କ ସୂଚନା ଅନୁସାରେ କିଛି ଦିନରୁ ବ୍ଲକ ଅଫିସ ର ପଛ ପାଖରେ ଥିବା ପୁରୁଣା କୋଠରୀ ଭିତରୁ ଦୁର୍ଗନ୍ଧ ବାହାରୁଥିଲା । ଲୋକମାନେ କୁକୁର ମରିଛି ଭାବି କଥାକୁ ଏଡ଼ାଇ ଯାଇଥିଲେ । ଆଜି ଖରାବେଳେ ସ୍ଥାନୀୟ କିଛି ଯୁବକ ସେ କୋଠରୀକୁ ଖୋଲିବା ପରେ ଏହି ଘଟଣା ଜଣାପଡ଼ିଥିଲା । ଏହି ମୃତଦେହଟି ଅନେକ ଦିନ ତଳର ବୋଲି ସ୍ଥାନୀୟ ଅଧିବାସୀମାନେ କହିଛନ୍ତି । ସେମାନେ ସଙ୍ଗେ ସଙ୍ଗେ ଘଷିପୁରା ଥାନାକୁ ଏ ସମ୍ପର୍କରେ ଜଣାଇଥିଲେ । ଘଷିପୁରା ଥାନାଧିକାରୀ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାଟି ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହଘେରରେ ରହିଛି ।
Related Stories
November 22, 2024