ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ କୃଷ୍ଣନଗର ହରିଜନସାହିର ଲୋକେ ଭୋଟ୍ ଦେଲେ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୧୫ ଜଣ ଯୁବକ ଅଚାନକ ସାହି ଭିତରେ ପଶି ଜାତିଆଣ ମନ୍ତବ୍ୟ ଦେବା ସହ ଗାଳିଗୁଲଜ କରି ସେମାନେ ଭୋଟ୍ ଦେଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଯାଇଥିଲେ । ଏ ସମ୍ପର୍କରେ ହରିଜନ ସାହିର ଅମୂଲ୍ୟ ଦାଶ, ଲୋକନାଥ ଦାଶ, ଶାରସା ଦାଶ ଓ ଗେହ୍ଲୀ ଦାଶ ପ୍ରମୁଖ ଏତଲାରେ ଉଲ୍ଲେଖ କରିଛନ୍ତି । ଦକ୍ଷିଣାଚଂଳ ଆଇଜିଙ୍କ ସମେତ ବ୍ରହ୍ମପୁର ଏସପି ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ଆଇଆଇସି ବିବେକାନନ୍ଦ ମହାନ୍ତିଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Related Stories
November 23, 2024