
ବରଗଡ଼, ଭୋଟଗ୍ରହଣ କେନ୍ଦ୍ର ଆଗରେ ପୋଲିସକୁ ମାଡ ସହ ଗାଡି ଭଙ୍ଗାରୁଜା ହୋଇଛି । ଗାଇସିଲଟ ବ୍ଲକ କଠଉମାଲ ଗାଁରେ ପୋଲିସ – ଜନତା ମୁହାଁମୁହିଁ ହୋଇଛନ୍ତି । ସାମାନ୍ୟ ଭୁଲ୍ ବୁଝାମଣାକୁ ନେଇ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଏଥିରେ ଗାଇସିଲଟ ଥାନା ଅଧିକାରୀଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ଘଟଣା ପରେ ପୋଲିସ ପକ୍ଷରୁ ସେଠାରେ ଲାଠି ଚାର୍ଜ କରାଯାଇଛି ।