-
ଦୁଇ ଘଣ୍ଟା ଭକ୍ତ ଦର୍ଶନ ବନ୍ଦ ରହିବ
ପୁରୀ, ଭାରତର ମହାମହିମ ରାଷ୍ଟ୍ରପତି ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଅପରାହ୍ନ ୪ଟା ରୁ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାଳବଣିଆ ହେଲିପ୍ୟାଡ଼ ଠାରୁ ବ୍ୟାରିକେଟ କରାଯାଇଛି । ବିଭିନ୍ନ ଛକମାନଙ୍କରେ ପୋଲିସ ଜଗି ରହିଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ତଦାରଖ କରାଯାଉଛି ।