
ଭୁବନେଶ୍ୱର,ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାର ପ୍ରୟାସ ଜାରି ରଖିଛି ଶାସକ ବିଜୁ ଜନତା ଦଳ । ଭୋଟ କେନ୍ଦ୍ରରେ ସରକାରୀ କଳ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବ୍ୟବହାର କରାଯାଇ ଶାସକ ବିଜେଡି ସପକ୍ଷରେ ବ୍ୟାପକ ମାତ୍ରାରେ ଭୋଟଦାନକୁ ପ୍ରଭାବିତ କରାଯାଉଛି । କିନ୍ତୁ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଅସାମ୍ବିଧାନ୍ଖଳ ଏବଂ ଦଣ୍ଡନୀୟ ଅପରାଧ । ସରକାରୀ ଅଧିକାରୀମାନେ ଶାସକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଅଭିଯୋଗ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାପାଳ ଭୋଟରଙ୍କୁ ଆକ୍ୃଷ୍ଟ କରିବା ପାଇଁ ସଭାର ଆୟାଜନ କରି ବିଦ୍ୟାଳୟ ପଟ୍ଟା ବଂଟନ କରି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଛନ୍ତି । ତେଣୁ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ତରଫରୁ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରାଯାଇଛି ।
ସେହିପରି, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧନ୍ଦରା ପଂଚାୟତର ଖାଡିଗୁଡା ଗ୍ରାମ ବୁଥରେ ନିର୍ବାଚନ ଅଧିକାରୀ ଶ୍ରୀ ରିତେନ ପଟ୍ଟନାୟକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ବିଜୁ ଜନତା ଦଳର ଏଜେଂଟ ଭଳି କାମ କରୁଛନ୍ତି । ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଶ୍ରୀ ପଟ୍ଟନାୟକ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଂଘନ କରି ଭୋଟରଙ୍କୁ ନିଶାଶକ୍ତ କରି ଭୋଟ ହାତେଇବାରେ ଲାଗିପଡ଼ିଛନ୍ତି । ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁହ୍ଠାନ ଗ୍ରହଣ କରିବାକୁ ମଧ୍ୟ ବିଜେପି ପ୍ରତିନିଧି ଦଳ କମିଶନଙ୍କ ନିକଟରେ ଦାବୀ କରିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ, ଲିଗାଲ ସେଲର ରବିଶଂକର ପଟ୍ଟନାୟକ, ଜୟନ୍ତ ଜେନା ଏବଂ ପ୍ରଦୀପ ମହନ୍ତ ପ୍ରମୁଖ ସାମିଲ ଥିଲେ ।