ଭୁବନେଶ୍ୱର, ବିଜେପି ନିର୍ବାଚନୀ ହିଂସା କରୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେଡି । ଶୁକ୍ରବାର ଦ୍ୱିତୀୟ ପର୍ୟ୍ୟାୟ ମତଦାନ ବେଳେଜଗତସିଂହପୁରର ୨ଟି ସ୍ଥାନରେ ବିଜେପିର ଗୁଣ୍ଡାଗିରି ଯୋଗୁ ଭୋଟଦାନ ବନ୍ଦ ରହିଛି । ଦୋଷୀମାନଙ୍କ ବିରୋଧରେ ତୁରନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ପ୍ରତିନିଧି ଦଳ ଦାବି କରିଛି । ଏହାସହ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ବିଜେଡି ଦାବି କରିଛି ।
ଏଥର ପଂଚାୟତରେ ବିଜେଡି ଐତିହାସିକ ବିଜୟ ଲାଭ କରିବ । ରାଜ୍ୟ ବିଜେପି ଏନେଇ ଭୟଭୀତ ହୋଇଥିବାରୁ ହିଂସାର ପନ୍ଥା ଆପଣାଇଛି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।