
ବଲାଙ୍ଗିର, ବଲାଙ୍ଗିର – ସମ୍ବଲପୁର ରାସ୍ତାର ଦୁର୍ଗାପାଲି ଛକରେ ଆସାମାଜିକ ମାନଙ୍କର ଆଡ୍ଡା ଜମୁଥିବା ବେଳେ ଏଠାରେ ଅପରାଧ ବୃଦ୍ଧି ପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଏଥିରେ କେନ୍ଦ୍ର ସରକାରଙ୍କ ପଥପ୍ରାନ୍ତ ସୁବିଧା କେନ୍ଦ୍ର, ଏ ଏନ୍ ଏମ୍ ସେଣ୍ଟର, ଗୋଟିଏ ଏସଏଚଜି କେନ୍ଦ୍ର ଇତ୍ୟାଦି ରହି କାମ କରୁଛି । ଏହି ଅଞ୍ଚଳରେ ବେଆଇନ ମଦ କାରବାର ଯୋଗୁଁ ଅନେକ ମଦ୍ୟପାନ କରି ଗଣ୍ଡଗୋଳ କରିବା ସହିତ ଚୋରୀ ଡକାୟତି ଘଟଣା ଗୁଡିକ ବୃଦ୍ଧି ପାଉଛି । ଗତକାଲି ଏଠାରେ ଥିବା ଏକ ଇଟା ନିର୍ମାଣ କାରଖାନାରୁ ୧୦୦ ଫୁଟ ଲମ୍ବର ପାଣି ପାଇପ ଚୋରୀ ହୋଇଥିବା ମାଲିକ ପ୍ରଶାନ୍ତ ପଧାନ ପୁଇଁତଳା ଥାନାରେ ଅଭିଯୋଗ କରିଥିଲେ । ଅପରାଧି ମାନଙ୍କୁ ଧରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।