
-
୭ ଟି ପରିଷଦ ଜୋନ୍ ପାଇଁ ୮୧୦ ବୁଥରେ ଭୋଟ ହେବ
ବଲାଙ୍ଗିର,ପ୍ରଥମ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଭାବରେ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୧୮ ତାରିଖ ତଥା ଆସନ୍ତାକାଲି ଆଗଲପୁର ବ୍ଲକର ୧ ଓ ୨ ଦୁଇଟି ଜିଲ୍ଲାପରିଷଦ ଜୋନ୍ ପାଇଁ ୨୫୦ଟି ବୁଥରେ , ଲୋଇସିଂହା ବ୍ଲକ ର ୩୩ ଓ ୩୪ ନମ୍ବର ଜୋନ୍ ପାଇଁ ୨୩୯ ଟି ବୁଥ ରେ ଓ ପୁଇଁନ୍ତଳା ବ୍ଲକ୍ରେ ୧୭, ୧୮ ଓ ୧୯ ନମ୍ବର ଜୋନ୍ ପାଇଁ ୩୨୧ ଟି ବୁଥ ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣରେ ନିର୍ବାଚନ ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀମାନେ ରିପୋର୍ଟିଂ କରି ସାରିଥିବା ବେଳେ ଏହି ପର୍ଯ୍ୟାୟ ଭୋଟଗ୍ରହଣକୁ କିପରି ଅବାଧ ଓ ନିରପେକ୍ଷ କରାଯାଇପାରିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇ ସାରିଛି । ଅନ୍ୟପକ୍ଷରେ ଗତକାଲି ପ୍ରଚାର କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଶେଷ ଦିନରେ ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି ।