ଭୁବନେଶ୍ୱର, ନାଏବ ସରପଂଚ ପଂଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି/ଉପସଭାପତି ପଦଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ । ଆସନ୍ତା ମାର୍ଚ୍ଚ ମାସ ୧୧ ତାରିଖରେ ସମସ୍ତ ଗ୍ରାମପଂଚାୟତର ନାଏବ ସରପଂଚପଦ ପାଇଁ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ପଂଚାୟତ ସମିତିର ଅଧ୍ୟକ୍ଷ ପଦ ନିମନ୍ତେ ମାର୍ଚ୍ଚ ୧୨ ତାରିଖରେ ନିିର୍ବାଚନ ଅନୁଷ୍ଠିତ ହେବ ଓ ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ପଂଚାୟତ ସମିତିର ଉପାଧ୍ୟକ୍ଷ ପଦବୀ ପାଇଁ ମାର୍ଚ୍ଚ ୨୩ ତାରିଖରେ ଓ ଜିଲ୍ଲା ପରିଷଦର ଉପସଭାପତି ପଦବୀ ନିମନ୍ତେ ମାର୍ଚ୍ଚ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ପରୋକ୍ଷ ନିର୍ବାଚନ ମାଧ୍ୟମରେ ଉପରୋକ୍ତ ପଦବୀଗୁଡ଼ିକ ପୂରଣ ହେଉଥିବାରୁ ଏଥି ନିମନ୍ତେ ନିର୍ବାଚନ ଅଧିକାରୀମାନେ ସଭ୍ୟମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ଡାକିବେ ଓ ପରୋକ୍ଷ ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ସଭ୍ୟମାନେ ସଭାଗୃହରୁ ବାହାରକୁ ଆସିପାରିବେ ନାହିଁ । ଉପରୋକ୍ତ ପଦବୀ ପୂରଣ ନିମନ୍ତେ ଧାର୍ଯ୍ୟ ଦିନଗୁଡ଼ିକରେ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ସକାଳ ୧୦.୩୦ରୁ ୧୧.୩୦ ମଧ୍ୟରେ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ ଓ ୧୧.୩୦ରୁ ୧୨.୩୦ ମଧ୍ୟରେ ନାମାଙ୍କନ ପତ୍ର ଯାଂଚ କରାଯିବ ଏବଂ ଅପରାହଅ ୧ ଘଂଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଅପରାହଅ ୧.୩୦ ଠାରୁ ଅପରାହଅ ୪ ଘଟିକା ପର୍ଯ୍ୟନ୍ତ ସଂପୃକ୍ତ ପଦବୀ ନିମନ୍ତେ ଭୋଟ ଗ୍ରହଣ କରାଯିବ । ଭୋଟ ଗ୍ରହଣ ପରେ ପରେ ଭୋଟଗଣତି କରାଯିବ ବୋଲି ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Related Stories
November 22, 2024