ଭୁବନେଶ୍ୱର, କରୋନା କାରଣରୁ ଲଗା ଯାଇଥିବା କଟକଣାକୁ ନେଇ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତି ନେବେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ପରବର୍ତୀ ନିଷ୍ପତିକୁ ଅପେକ୍ଷା କରିବାକୁ ପଡିବ । ଯଦି ଆଜିର ଷ୍ଟାଟସ ଦେଖିବା, ୨ରୁ ୩ଟି ସ୍ଥାନରେ ଟିକେ ଅଧିକ ସଂକ୍ରମଣ ରହିଛି । ଏବେକାର ସ୍ଥିତିରେ ଆମେ ଭଲ ଆଡ଼କୁ ଯାଉଛେ । କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି । ହସ୍ପିଟାଲିଟି ରେଟ ମଧ୍ୟ କମ ରହୁଛି । ଆଗକୁ ସ୍ଥିତି ଆହୁରି ସୁଧୁରିବ ।
ତୃତୀୟ ଲହର ସରିଲାଣି କି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତରରେ ସେ କହିଛନ୍ତି, ଲହର କେବେ ସରେ ନାହିଁ ।
ସେ କହିଛନ୍ତି ଯେ ମହାମାରୀ ହେଲେ, କିଛିଦିନ ବଢ଼େ, କିଛିଦିନ କମେ । ତାପରେ ଧୀରେ ଧୀରେ କମେ । ଆମେ ଏବେ ଧୀରେ ଧୀରେ କମିବା ଷ୍ଟେଜରେ ଅଛନ୍ତି । ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ପଂଚାୟତ ନିର୍ବାଚନ ପ୍ରଚାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ତାହାକୁ ନ ମାନିବା, ତାହେଲେ ସଂକ୍ରମଣ ପୁଣି ବଢ଼ିପାରେ ବୋଲି ସେ କହିଛନ୍ତି ।