ଆଇଜଲ , ମିଜୋରାମରେ ଗତ ୨୪ ଘଂଟାରେ ୧,୬୧୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୧,୪୬୯ ହୋଇଛି ।
ଆସାମରେ କରୋନାର ୬୬ ନୂଆ ମାମଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୩୧୫ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୯୦୦ ହୋଇଛି । ରାଜ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
କର୍ଣାଟକରେ ଗତ ୨୪ ଘଂଟାରେ ୧୪୦୫ କରୋନାର ନୂଆ ମାମଲା
ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୧୪୦୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୩୨ ହୋଇଛି ।