କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ବାଲିଗୁଡା ଓ କ. ନୂଆଗାଁ ବ୍ଳକରେ ଭୋଟ ଗ୍ରହଣ ହେଉଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସକାଳ ୭ଟା ଠାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ତେବେ ୮ଟା ଯାଏ ଅନେକ ବୁଥ ମାନ୍ଦା ରହିଥିବା ବେଳେ ଆଠଟା ପରେ ଧୀରେ ଧୀରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଥିଲା l
ବାଲିଗୁଡ଼ା ଓ କ.ନୂଆଗାଁ ବ୍ଳକର ୩ଟି ଜିଲା ପରିଷଦ ଜୋନ୍, ୨୮ଟି ସରପଞ୍ଚ ଓ ୨୮ ଟି ସମିତି ସଭ୍ୟ ପଦବୀ ପାଇଁ ଆଜି ଭୋଟ ଗ୍ରହଣ ହେଉଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ହେଉଛି । ଏହି ଦୁଇ ବ୍ଲକ୍ ପାଇଁ ୨୧୬୦ ଜଣ କର୍ମଚାରୀ ନିଯୁକ୍ତ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଏହି ଦୁଇ ବ୍ଲକରେ ମୋଟ୍ ୩୬୦ ବୁଥ୍ ରହିଛି । ସେଥିମଧ୍ୟରୁ ୧୭ ହାଇପରସେନସିଟିଭ ବୁଥ୍ ରହିଛି ।
ଏହି ଦୁଇ ବ୍ଲକରେ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ହେଵ ସେଥିପ୍ରତି ବାଲିଗୁଡ଼ା ବିଡିଓ ଜଗଦୀଶ ଷଡ଼ଙ୍ଗୀ ଓ କ.ନୂଆଗାଁ ବିଡିଓ ଶରତ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ସତର୍କ ନଜର ରଖିଛନ୍ତି । ସେହିପରି ଏହି ୨ ବ୍ଳକରେ ମହିଳାମାନଙ୍କ ପାଇଁ ଦୁଇଟି ଲେଖାଏଁ ୪ଟି ପିଙ୍କ ବୁଥ୍ ମଧ୍ୟ କରାଯାଇଛି । ଏଥିରେ ସମସ୍ତ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ପୁଣି ଜ଼ିଲ୍ଲାରେ ଗତକାଲିର ମାଓ ହମଲା କେତେକାଂଶରେ ସରକାରୀ ଅଧିକାରୀ ଓ ଭୋଟରଙ୍କୁ ଭୟଭିତ କରିଛି ।