
ମାଲକାନଗିରି, ଜାତୀୟ ସ୍ତରରେ ଅୟୋଜିତ କାୟାକଳ୍ପ ପ୍ରତିଯୋଗୀତାରେ ପୂର୍ବ ବର୍ଷର ରେକର୍ଡକୁ ଦୋହରାଇବା ପାଇଁ ଚେଷ୍ଟା କରିଛନ୍ତି ଏମଭି ୭୯ ସ୍ୱାସ୍ଥ୍ୟକେନ୍ଦ୍ରର କର୍ତ୍ତୁପକ୍ଷ । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ର ସ୍ଵଚ୍ଛ ଭାରତ ଅଭିଯାନର ଏକ ଅଂଶ କାୟାକଳ୍ପରେ ସଫଳତା ହାସଲ କରିବା ଲାଗି ଚେଷ୍ଟା ଜାରି ରଖିଥିବା ବେଳେ ବଦଳି ଯାଇଛି ସ୍ୱାସ୍ଥ୍ୟକେନ୍ଦ୍ରର ରୂପରେଖ । ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାର ସହ କାମ କରି ମେଡିକାଲରେ ଏହିଭଳି ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିବା ବେଳେ କାୟାକଳ୍ପର ଟିମ୍ ର ଗସ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭରିଛି । ଏ ହେଉଛି କର୍ମଚାରୀଙ୍କ ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମର ଚିତ୍ର । କାୟାକଳ୍ପ ବଦଳାଇ ଦେଇଛି ସ୍ୱାସ୍ଥ୍ୟକେନ୍ଦ୍ରର ଚିତ୍ର । ସ୍ଵଚ୍ଛ ଭାରତ ଅଭିଯାନର ଏକ ଅଂଶ କାୟାକଳ୍ପ ପ୍ରତିଯୋଗୀତା । ଏଥିରେ ପୂର୍ବ ବର୍ଷ ଜିଲ୍ଲାରେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା ଏମଭି ୭୯ ଆଂଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ଏଥିର ସର୍ବୋଚ୍ଚ ସ୍ଥାନରେ ରହିବା ପାଇଁ ଆଶା ବାନ୍ଧିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ । ଉତ୍ତମ ରୋଗୀ ସେବା ଓ ଡାକ୍ତରଖାନାର ସୁସ୍ଥ ପରିବେଶ, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସୁସ୍ଥ ବାତାବରଣ, ପରିଷ୍କାର ପରିଛନ୍ନତା ସବୁ କିଛିରେ ଏବେ ବେଶ୍ ଆଗରେ ଏମଭି ୭୯ ଆଂଚଳିକ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ମେଡିକାଲ୍ ଗସ୍ତ କରି ଫେରିଛନ୍ତି କାୟାକଳ୍ପର ସ୍ଵତନ୍ତ୍ର ଟିମ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଏସପି ମହାରଣା, କୋରାପୁଟର ୟୁନିସେଫର ଅଧିକାରୀ ନିହାର ରଞ୍ଜନ ଜେନା, ଶଶାଙ୍କ ଶେଖର ପଣ୍ଡିତ ପ୍ରମୁଖ ମେଡିକାଲର ସମସ୍ତ କର୍ମଚାରୀଙ୍କ ନିଷ୍ଠାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ସେପଟେ ପୂର୍ବ ବର୍ଷର ସଫଳତା ଆହୁରି କର୍ମଚାରୀଙ୍କ ମଧ୍ୟରେ ଭରି ଦେଇଥିଲା ଜୋସ୍ । ତେଣୁ ଚଳିତ ବର୍ଷ ମଧ୍ୟ ଭଲ ଫଳାଫଳ ରହିବ ବୋଲି ଆଶା କରିଛନ୍ତି ଏମଭି ୭ ୯ ଡାକ୍ତର ପ୍ରସନଜିତ ରାୟ । ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ରୋଗୀ ସେବା ଯୋଗାଇ ଆସୁଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପରେ କେତେ ନମ୍ବର ସ୍ଥାନରେ ରହୁଛି ତାହା ଦେଖିବାକୁ ବାକି ରହିଲା ।