
-
ଦିନ ୧୨ଟା ସୁଦ୍ଧା ୪୯.୧୩ ପ୍ରତିଶତ ମତଦାନ
ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକରେ ତ୍ରିସ୍ତରିୟ ପଚାଂୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି । ଦିନ ୧୨ଟା ସୁଦ୍ଧା ଏହି ୫ଟି ବ୍ଲକରେ ୪୯.୧୩ ପ୍ରତିଶତ ମତଦାନ ହୋଇଛି । ସେଥିମଧ୍ୟରୁ ଦିଗପହଣ୍ଡି ବ୍ଲକରେ ସମୁଦାୟ ଭୋଟର ସଂଖ୍ୟା ୧୨୭୨୧୩ ଓ ସେଠାରେ ଦିନ ୧୨ ସୁଦ୍ଧା ୪୪ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି । ସେହିପରି ହିଞ୍ଜିଳି ବ୍ଲକରେ ମୋଟ୍ ଭୋଟ୍ ର ୯୮୨୨୪ ଥିବା ବେଳେ ଏହି ବ୍ଲକରେ ୩୮ ପ୍ରତିଶତ, ପୋଲସରା ବ୍ଲକରେ ମୋଟ୍ ଭୋଟର ସଂଖ୍ୟା ୧୧୩୩୮୦, ମତଦାନ ୩୪ ପ୍ରତଶତ ରହିଛି । ଅନୁରୂପଭାବେ କୁକୁଡ଼ାଖଣ୍ଡି ବ୍ଲକରେ ମୋଟ୍ ଭୋଟର ସଂଖ୍ୟା ୧୨୧୩୮୬, ମତଦାନ ହୋଇଛି ୪୦.୫ ପ୍ରତିଶତ । ଏବଂ ଶେରଗଡ଼ ବ୍ଲକରେ ମୋଟ୍ ଭୋଟର ସଂଖ୍ୟା ୧୦୭୬୨୫ ଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ୩୯.୧୪ ପ୍ରତିଶତ ମତଦାନ ହୋଇଛି । ସମୁଦାୟ ୫ଟି ବ୍ଲକର ଭୋଟର ସଂଖ୍ୟା ହେଲା ୫୬୭୭୫୬ ।