
ଘସିପୁରା, କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଅଳତି ପଞ୍ଚାୟତର ବେଲସୁନ୍ଦରୀ ଗାଁ ୭ ନମ୍ବର ବୁଥ୍ ଜବର ଦଖଲ ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତି ଏକାଧିକ ବ୍ୟକ୍ତିଙ୍କ ପାଇଁ ଭୋଟ୍ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ । ଭୋଟ୍ ଦେବା ସମୟର ଭିଡିଓ ଭାଇରାଲ୍ ହୋଇଛି । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।