ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିର ପରିଦର୍ଶନ କରିଛନ୍ତି ଏବଂ ରବିଦାସ ଜୟନ୍ତୀ ଅବସରରେ ତାଙ୍କର ପ୍ରଣାମ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ରବିଦାସ ଜୟନ୍ତୀର ଶୁଭ ଅବସରରେ ମୁଁ ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିର ଯାଇ ଦର୍ଶନ କରିଥିଲି ।
ସମସ୍ତ ଦେଶବାସୀଙ୍କୁ ରବିଦାସ ଜୟନ୍ତୀର ଶୁଭେଚ୍ଛା ।”
“ସନ୍ଥ ରବିଦାସ ଜୀଙ୍କର ଏହି ପବିତ୍ର ଧାମ ଲୋକମାନଙ୍କ ପାଇଁ ଏକ ପ୍ରେରଣା ଅଟେ । ମୁଁ ଭାଗ୍ୟବାନ ଯେ ଜଣେ ସାଂସଦ ଭାବରେ ମୁଁ ଏଠାରେ ବିକାଶମୂଳକ କାର୍ଯ୍ୟ ସମାପ୍ତ କରିବାର ସୁଯୋଗ ପାଇଛି ।”
“ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିରରେ ବିତାଇଥିବା ମୂହୂର୍ତ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ।”