ଭୁବନେଶ୍ୱର – ସଂଶୋଧିତ ମୋଟର ଯାନ ଆଇନ୍ ଏକ କେନ୍ଦ୍ର୍ରୀୟ ଆକ୍ଟ ହୋଇଥିବାରୁ ଏହାକୁ ପରିବର୍ତନ କରିବାର ରାଜ୍ୟ ସରକାରଙ୍କ କୌଣସି ଅଧିକାର ନାହିଁ । ତେବେ ଏହାର ନିୟମାବଳୀରେ ପରିବର୍ତନ କରାଯାଇ ପାରିବବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଆସନ୍ତାକାଲି ଲୋକସେବା ଭବନ ରେ ଏନେଇ ଏକ ବୈଠକ ଡକାଯାଇଛି । ଏହି ବୈଠକରେ ପୁରୁଣା ଆଇନ୍ ର ତର୍ଜମା କରାଯିବ । କେନ୍ଦ୍ରୀୟ ଆକ୍ଟ ଲାଗୁ ହେବା ଫଳରେ ଜୋରିମାନା ବ୍ୟବସ୍ଥା ଅଧିକ ହୋଇଥିବା ସରକାରଙ୍କ ଉପଲବ୍ଧ ହୋଇଛି । ଜୋରିମାନା ହ୍ରାସ କରିବାକୁ ସବୁଆଡେ ଦାବି ହେଉଛି । ତେଣୁ ଜୋରିମାନା ପରିମାଣକୁ କୋହଳ କରିବାପାଇଁ ପଦକ୍ଷେପ ନିଆଯିବ ।
ଅନ୍ୟପକ୍ଷରେ ଜୋରିମାନା ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୨ ତାରିଖରେ କଂଗ୍ରେସ ଦଳ ୪ ଟି ଅନ୍ୟ ଦଳ ସହ ମିଶି ଆନ୍ଦୋଳନ କରିବ । ଡିଜି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ପଡୋଶୀ ରାଜ୍ୟ କେନ୍ଦ୍ରୀୟ ଆକ୍ଟ ଲାଗୁ କରି ନଥିବା ବେଳେ ଓଡିଶା ସରକାର ଏହାକୁ କାହିଁକି ଗ୍ରହଣ କଲେ ବୋଲି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ପ୍ରଶ୍ନ କରିଛନ୍ତି ।