ଭୁବନେଶ୍ୱର ,ହସ୍ପିଟାଲ ରେଟ ଦେଖିଲେ ଓଡିଶା ଭଲ ସ୍ଥିତିରେ ରହିଛି । ରାଜ୍ୟ ଖୁବ ଶୀଘ୍ର ବିପଦ ଜୋନ୍ରୁ ବାହାରିଯିବା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ହସ୍ପିଟାଲକୁ ଅସ୍ତ୍ରୋପଚାରୁ ଲାଗି ଆସୁଛନ୍ତି । ସେମାନଙ୍କର ଲକ୍ଷଣ ନଥିଲେ ଟେଷ୍ଟ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ଗାଇଡ଼ଲାଇନ ଦେଇଛନ୍ତି, ସେହି ଅନୁସାରେ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଉଛି । ସେ କହିଛନ୍ତି ଯେ କୋଭିଡ ମୃତ୍ୟୁ ସଂଖ୍ୟା ମଧ୍ୟ ଧୀରେ ଧୀରେ ଧୀରେ କମିବ । ପୂର୍ବ ମୃତ୍ୟୁଗୁଡ଼ିକର ଅଡ଼ିଟ କରି ମୃତ୍ୟୁ ସଂଖ୍ୟା ପ୍ରକାଶ କରାଯାଉଛି । ଏବେ ସଂକ୍ରମଣ କମୁଛି । ଆଉ କିଛି ଦିନରେ ମୃତ୍ୟୁ ସଂଖ୍ୟା ବି କମିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।