ଭୁବନେଶ୍ୱର , ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍ପି ଓ ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିୱଲାନ୍ସ ପକ୍ଷରୁ ରେଡ୍ କରାଯାଉଛି । ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ସମେତ କଟକ. ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ୧୧ ଟି ସ୍ଥାନରେ ରେଡ ଚାଲିଛି । ତିନି ଜଣ ଅତିରିକ୍ତ ଏସପି , ୧୦ ଜଣ ଡିଏସପି, ୧୩ ଇନିସପେକ୍ଚର, ଓ ଅନ୍ୟ କର୍ମଚାରୀ ମାନେ ଏହି ଏହି କାମରେ ଲାଗଛନ୍ତି । ଭିଜିଲାନ୍ସର ଏହି ଚଢାଉରେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ହାସଲ ହୋଇନାହିଁ । ଭିଜିଲାନ୍ସ ଟିମ୍ ଲଗାତର ଭାବେ ଚଢାଉ ଜାରି ରଖିଛି ।