ଭୁବନେଶ୍ୱର – ପୁରୀ ସ୍ୱର୍ଗଦ୍ୱାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ କୋଟି ଟଙ୍କା ଘୋଷଣା ୨୦ ବର୍ଷର ପାପର ପ୍ରାୟଶ୍ଚିତ ପାଇଁ ଉଦ୍ଧିଷ୍ଟ ବୋଲି ବରିÂ କଂଗ୍ରେସ ନେତା ତଥା ସଂସ୍କୃତ ସଂସ୍କୃତି ସୁରକ୍ଷା ଆନେ୍ଦାଳନର ଅଧ୍ୟକ୍ଷ ଡଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ।
ଏକ ପ୍ରେସ୍ ବିବୃତିରେ ଡଃ ଜ୍ଞାନେନ୍ଦ୍ର କହିଛନ୍ତି ଯେ ସ୍ୱର୍ଗତ ବିଜୁ ପଟ୍ଟନାୟକ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ । ୧୯୬୨ ମସିହାରେ ତାଙ୍କ ବଡପୁଅ ପ୍ରେମ୍ ଓ ଝିଅ ଗୀତାଙ୍କ ବିବାହ ସେ ବ୍ରାହ୍ମ ମତରେ କରାଇଥିଲେ । ତାଙ୍କର ଧାର୍ମିକ ଭାବନାକୁ ନବୁଝି ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ସ୍ୱର୍ଗଦ୍ୱାର ଠାରେ ତାଙ୍କ ସଂସ୍କାର କାର୍ଯ୍ୟ କରାଇବା ସହ ଓଡିଶାର ସାଢେ ୪ କୋଟି ଜନତାଙ୍କ ତୀର୍ଥ କ୍ଷେତ୍ର ପୁରୀର ସ୍ୱର୍ଗଦ୍ୱାରକୁ ଅନଧିକାର ଭାବେ ଜବରଦଖଲ କରି ବିଜୁ ସମାଧିସ୍ଥଳ ପ୍ରତିÂା କଲେ । ଯାହାକୁ ବିରୋଧ କରି ପୁରୀର କିଛି ସ୍ୱେଚ୍ଛାସେବୀ ରମେଶ ଚନ୍ଦ୍ର ସିହ୍ନା, ବିକାଶ ଶତପଥି, ଲକ୍ଷ୍ମୀନାରାୟଣ ତି୍ରପାଠୀ ପ୍ରମୁଖ ୧୯୯୯ ମସିହାରେ ପୁରୀର କନିÂ ସିଭିଲ୍ ଜଜ୍ଙ୍କ କୋର୍ଟରେ ଏକ ସିଭିଲ୍ ସୁଟ୍ କରିଥିଲେ । ଯାହାର ନିଷ୍ପତି ସରକାର ତଥା ପୁରୀ ମୁ୍ୟନିସିପାଲିଟିର ବିରୋଧରେ ଗଲା ଓ ସମାଧି ଭାଙ୍ଗିଦେବା ପାଇଁ ଅଦାଲତଙ୍କ ଆଦେଶ ବିରୁଦ୍ଧରେ ସରକାର ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ଠାରେ ଯେଉଁ ଅପିଲ୍ କରିଥିଲେ ତାହା ମଧ୍ୟ ୨୦୧୪ ମସିହାରେ ସରକାରଙ୍କ ବିରୋଧରେ ଗଲା ।
ଆଗକୁ ନିଷ୍ପତି ସରକାରଙ୍କ ବିରୁଦ୍ଧରେ ଯିବାର ଆଶଙ୍କା କରି ମୁଖ୍ୟମନ୍ତ୍ରୀ ବିଜୁ ସମାଧି ହଟାଇ ଦେବାର ନିଷ୍ପତି ନେବା ସହ ୫ କୋଟି ଟଙ୍କା ଦେଇ ଯେଉଁ ବାହାବା ନେବାର ଅପଚେଷ୍ଟା କରିଛନ୍ତି, ଏହା ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ୨୦ ବର୍ଷର ପାପ ପାଇଁ ପ୍ରାୟଶ୍ଚିତ ଖର୍ଚ୍ଚ ଦେଇଛନ୍ତି ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି । ଡଃ ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାର ଉନ୍ନତି ପାଇଁ ଦେଇଥିବା ପ୍ରାୟଶ୍ଚିତ ଅର୍ଥ ଯେପରି ବାଟମାରଣା ନହୁଏ, ସେଥିପାଇଁ ପୁରୀର ବରିÂ ଓକିଲ, ଡାକ୍ତର, ସାମ୍ବାଦିକଙ୍କୁ ନେଇ ଏକ ତଦାରଖ କମିଟି ଗଠନ କରିବାକୁ ସେ ଦାବୀ କରିଛନ୍ତି ।