ମୁମ୍ବାଇ, ଏନଫୋର୍ସମେଂଟ ଡାଇରେକ୍ଟୋରେଟ (ଇଡି) ଟିମ୍ ମଙ୍ଗଳବାର ସକାଳ ୪ ଟାରୁ କୁଖ୍ୟାତ ଡନ ଓ ଆତଙ୍କବାଦୀ ଦାଉଦ ଇବ୍ରାହିମଙର ଭଉଣୀ ହସିନା ପାର୍କରଙ୍କ ମୁମ୍ବାଇ ଘର ସମେତ ଅନ୍ୟ ୧୦ ଟି ସ୍ଥାନରେ ଚଢାଉ କରିଛି । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ର ଇନପୁଟ ଆଧାରରେ ଏହି ଚଢାଉ କରାଯାଉଛି । ଇଡି ପକ୍ଷରୁ ଏହି ରେଡ ସମ୍ପର୍କର ସବିଶେଷ ତଥ୍ୟ ଗଣମାଧ୍ୟମକୁ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ ।
ସୂଚନା ଅନୁଯାୟୀ, ଦାଉଦ ଇବ୍ରାହିମ ବିରୋଧରେ ଏନଆଇଏ ଏକ ମାମଲା ରୁଜୁ କରିଛି । ଏହି ଆଧାରରେ, ଦାଉଦ ଇବ୍ରାହିମ ଗ୍ୟାଙ୍ଗ ସହିତ ଜଡିତ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଏନଆଇଏ ଦ୍ୱାରା ପ୍ରଦାନ କରା ଯାଇଥିବା ଇନପୁଟଗୁଡିକ ଉପରେ ଆଧାର କରି ଇଡି ଦଳ ଆଜି ମୁମ୍ବାଇର ହସିନା ପାର୍କରଙ୍କ ଘରେ ରେ଼ଡ କରୁଛି । ଏହା ସହିତ, ଇଡି ଟିମ୍ ମଧ୍ୟ ଦାଉଦ ଗ୍ୟାଙ୍ଗ ସହିତ ଜଡିତ ପୁରୁଣା ଏବଂ ନୂତନ ବଦମାସ ମାନଙ୍କ ଘର ଉପରେ ରେଡ କରୁଛି ।