ଭୁବନେଶ୍ୱର, ରାଜ୍ୟରେ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଆଦୈା ସ୍ପଷ୍ଟ ନୁହେଁ । ଶାସକ ଦଳ ଏବଂ ଶାସକ ଦଳର କର୍ମୀମାନଙ୍କୁ ସୁହାଇଲା ଭଳି ଆଇନ କାନୁନ ପ୍ରଚଳିତ କରୁଥିବାବେଳେ ସାମୁହିକ ସ୍ୱାର୍ଥ ଓ ହିତକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏଭଳି ଦୋମୁହାଁ ନୀତି ଅତ୍ୟନ୍ତ ନିନ୍ଦନୀୟ ଏବଂ ଜନବିରୋଧୀ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି ।
ଓମିକ୍ରନ ଓ କରୋନା ସଂକ୍ରମଣର ଦୃତ ହ୍ରାସ କାରଣରୁ ନିର୍ବାଚନ କମିଶନ ପ୍ରଚାର ପାଇଁ କଟକଣାକୁ କୋହଳ କରିଛନ୍ତି । ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଭୋଟ କେନ୍ଦ୍ରଗୁଡିକରେ ପୋଲିଙ୍ଗ ଏଜେଂଟ ଏବଂ ପ୍ରାର୍ଥୀ ଏଜେଂଟଙ୍କ ପାଇଁ ବର୍ତମାନ ସୁଦ୍ଧା କୈାଣସି କଟକଣା କୋହଳ କରାଯାଇନାହିଁ । ପୋଲିଙ୍ଗ ଏବଂ ପ୍ରାର୍ଥୀଙ୍କ ଏଜେଂଟ ପାଇଁ ଆରଟିପିସିଆର / ଆରଏଟି ପରୀକ୍ଷା ବାଧ୍ୟତାମୁଳକ କରାଯାଇଛି । ଏହା ଦ୍ୱାରା ନିର୍ବାଚନ ପରିଚାଳନା ଓ ଭୋଟ ଦାନ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ବହୁତ ଆଶଂକା ଥିବା କାରଣରୁ ଉଦ୍ଦିଷ୍ଟ କଟକଣାକୁ କୋହଳ କରାଯିବା ପାଇଁ ଭାରତୀୟ ଜନତା ପାର୍ଟୀ ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରାଯାଇଛି । ଏହି ପ୍ରସଙ୍ଗକୁ ନିଜେ ନିର୍ବାଚନ କମିଶନ ହୃଦବୋଧ କରିଛନ୍ତି ଏବଂ ବିହୀତ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶୃତି ଦେଇଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି
ଏହି ପ୍ରତିନିଧି ଦଳରେ ବିଜେପି ଲିଗାଲ ସେଲର ରବିଶଂକର ପଟ୍ଟନାୟକ, ଜୟନ୍ତ ଜେନା ଏବଂ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।