ଭୁବନେଶ୍ୱର – ଓଡିଶାର ଯୁବକ ମାନଙ୍କୁ ଆର୍ନ୍ତଜାତୀୟ ମାନର ଦକ୍ଷ କରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୨ ଟି ସଂସ୍ଥା ସହିତ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଏବଂ ଇଡକୋ ସହ ଟାଟା ଷ୍ଟ୍ରାଇଭ୍ ଓ ଟେକ୍ ମହିନ୍ଦ୍ରା ମଧ୍ୟରେ ମୋଟ ୩ ଟି ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ।
ସୋମବାର ଦିନ ସ୍ଥାନୀୟ ଖାରବେଳ ଭବନ ଠାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଏମଏସଏମଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର , ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ ଇଲେକ୍ଟେ୍ରାନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଓଏସଡିଏର ଅଧ୍ୟକ୍ଷ ସୁବ୍ରତ ବାକଚୀ ଓ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାର ପ୍ରଗତି ରେ ସହଯୋଗ କରିବାକୁ ହାତ ବଢାଇଥିବା ସଂସ୍ଥାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ପ୍ରଥମ ଏମଓୟୁ ରାଜ୍ୟ ସରକାରଙ୍କ ଡିଟିଇ ଓ ଟି ଏବଂ ଟାଟା ସର୍ଭିସ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ବିଭାଗର ନିଦେ୍ର୍ଧଶକ ରେଘୁ .ଜି ଏବଂ ଟାଟା ସର୍ଭିସ୍ ର ସିଇଓ ଅନୀତା ରାଜନ୍ ଏଥିରେ ସ୍ୱାକ୍ଷର କରିଥିଲେ । ଏହାଦ୍ୱାରା ରାଜ୍ୟର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଉନ୍ନତ ମାନର ତାଲିମ୍ ଦିଆଯାଇପାରିବ । ଦ୍ୱିତୀୟ ଟି ବିପିୟୁଟି , ସିଇଟି ଏବଂ ଟେକ୍ ମହିନ୍ଦ୍ରା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।ଏଥିରେ ଟେକ୍ ମହିନ୍ଦ୍ରାର ବି.କେ ମିଶ୍ର , ସିଇଟି ର ପ୍ରିନ୍ସିପାଲର ପି.କେ ପାତ୍ର ଓ ବିପିୟୁଟିର ରେଜିଷ୍ଟ୍ରାର ଏଚଏସ୍ ବେହେରା ସ୍ୱାକ୍ଷର କରିଥିଲେ ।
ତୃତୀୟଟି ଇଡକୋଓ ଟେକ୍ ମହିନ୍ଦ୍ରା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଫର୍ଚ୍ୟୁନ୍ ଟାୱାର ଠାରେ ଏକ ଆନ୍ତର୍ଜାତୀୟ ବିପିଓ ଖୋଲିବା ପାଇଁ ଏହି ଏମଓୟୁ କରାଯାଇଛି । ଏଥିରେ ଟେକ୍ ମହିନ୍ଦ୍ରାର ଏସପିଭି ବିକେ ମିଶ୍ର ଓ ଇଡକୋର ସିଜିଏମ୍ ବିକେ ଦାସ ସ୍ୱାକ୍ଷର କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଋଷିଆରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଥିବା ଅଶ୍ୱଥ ନାରାୟଣଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ତାଙ୍କ ମେଂଟର ରଜତ ସାମନ୍ତରାୟଙ୍କୁ ୫ ଲକ୍ଷ ଟଙ୍କା ର ଆର୍ଥିକ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ସିଭି ରମଣ କଲେଜର ଅଧ୍ୟକ୍ଷ ରସଂଜୀବ ରାଉତଙ୍କୁ ୱାଟର ଟେକ୍ନୋଲୋଜିରେ ସେଂଟର ଅଫ୍ ଇକ୍ସିଲେନ୍ସି ପ୍ରତିÂା ପାଇଁ ୫ କୋଟି ଟଙ୍କା ପ୍ରଦାନ କରିଥିଲେ ।