କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଲଗାଯାଇଥିବା ସମସ୍ତ କଟକଣାକୁ ଶ୍ରଦ୍ଧାଳୁଙ୍କ ପାଇଁ ଉଠାଇ ଦିଆଯାଇଛି ।ଫେବୃଆରୀ ୨୧ରୁ କୋହଳ ହେବ ମହାପ୍ରଭୁଙ୍କ ଦର୍ଶନ।ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କେବଳ ମାସ୍କ ପନ୍ଧିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ ସାର୍ଟିଫିକେଟ ଦରକାର ପଡ଼ିବନି। ୨ ବର୍ଷ ପରେ ସ୍ବାଭାବିକ ହେଵ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିରରେ ଦର୍ଶନ।ଏଭଳି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କ ମନରେ ଖୁସି ଭରି ଦେଇଛି |
ସୋମବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରାଶାସକ ଡ଼. କିଷନ କୁମାର, ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ଛତିଶା ନିଯୋଗର ବୈଠକ ବସିଥିଲା | ଏହି ବୈଠକରେ ପରିଚାଳନା କମିଟିର ସଦସ୍ୟମାନେ କଟକଣା କୋହଳ ପାଇଁ ଦାବି ଉଠାଇଥିଲେ।