ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ପଂଚାୟତରେ ସରପଂଚ ପଦବୀକୁ ନେଇ ଦୁଇ ପ୍ରାର୍ଥିନୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୁପ୍ରିମକୋର୍ଟ ଗାଇଡଲାଇନ ଅନୁସାରେ କୌଣସି ପ୍ରାର୍ଥୀ ହେଉ କିମ୍ବା ପ୍ରାର୍ଥିନୀ ସରକାରୀ ଲାଭଦାୟକ ସଂସ୍ଥାରେ ରହିପାରିବେ ନାହିଁ କିମ୍ବା ସେହି ପ୍ରାର୍ଥିନୀଙ୍କ ନାଁରେ ସରକାରୀ କୌଣସି ପେଣ୍ଡିଂ ବିଲ୍ ମଧ୍ୟ ରହିପାରିବ ନାହିଁ, ଯଦି ଏଭଳି ପ୍ରମାଣିତ ହୁଏ ତାହେଲେ ସେହି ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯିବ । କିନ୍ତୁ ଗଣ୍ଡାବାହାଲି ପଂଚାୟତରେ ସରପଚଂ ପଦବୀରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥିନୀ ସରିତା ଅଗ୍ରୱାଲ ଜଣେ ସରକାରୀ ସ୍ବିକୃତିପ୍ରାପ୍ତ ଠିକାଦାର ଅଟନ୍ତି । ସରିତା ଅଗ୍ରୱାଲ ପିଡବ୍ଲୁଡି ବିଭାଗରେ ଲାଇସେନ୍ସ ପ୍ରାପ୍ତ କରିଛନ୍ତି । ଆସନ୍ତା ୩୧.୩.୨୦୨୩ ଯାଏ ତାଙ୍କ ଲାଇସେନ୍ସ ଭେଲିଡ ମଧ୍ୟ ରହିଛି ।
ଅନ୍ୟପକ୍ଷରେ ତାଙ୍କ ନାଁରେ ଠିକା କାମର ବିଲ୍ ମଧ୍ୟ ପେଣ୍ଡି ରହିଛି । ସେହିଭଳି ସରପଂଚ ପ୍ରାର୍ଥିନୀ ସରିତା ଅଗ୍ରୱାଲଙ୍କ ଆଧାରକାର୍ଡ ଅନୁଯାୟୀ ସେ ଖଡିଆଳର ସ୍ଥାୟୀ ବାସିନ୍ଦା ଅଟନ୍ତି ହେଲେ ସେ ଗମ୍ବାରିଗୁଡା ଗାଁର ବୋଲି ଦର୍ଶାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନୁରୂପ ଭାବେ ପେଣ୍ଡିଂ ବିଲ୍ ରେ ମଧ୍ୟ ଠିକାଦାରଙ୍କ ଜାଲିଆତି ଦସ୍ତଖତ ରହିଥିବା ଅଭିଯୋଗ ହୋଇଛି । ଏତେ ସବୁ ପ୍ରମାଣଥିବା ସତ୍ବେ ପ୍ରଶାସନ ସରିତା ଅଗ୍ରୱାଲକୁ ଘଣ୍ଟ ଘୋଡାଉଥିବା ଅନ୍ୟତମ ଗଣ୍ଡାବାହାଲି ପ୍ରାର୍ଥିନୀ କୋଶଲ୍ୟା ମେହେର ଅଭିଯୋଗ କରିଛନ୍ତି । ନୂଆପଡା ଜିଲ୍ଲା ପ୍ରଶାସନ ତଥା ନିର୍ବାଚନ ଅଧିକାରୀ ନୂଆପଡା ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ତାଙ୍କ ନାମାଙ୍କନ ପତ୍ର ନାକଚ ଏବଂ ତାଙ୍କୁ ନିର୍ବାଚନରୁ ବହିଷ୍କାର କରିବା ପାଇଁ ଗଣ୍ଡାବାହାଲି ସରପଚଂ ପ୍ରାର୍ଥିନୀ କୋଶଲ୍ୟା ମେହେର ଦାବୀ କରିଛନ୍ତି । ଏପଟେ ସରିତା ଅଗ୍ରୱାଲଙ୍କ ପରିବାର ଲୋକ ସେମାନେ ନ୍ୟାୟ ତଥା ଠିକ୍ ରହିଥିବା ପରୋକ୍ଷରେ ସୂଚନା ଦେଇଛନ୍ତି।