ନୂଆପଡ଼ା, ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସୁନାରିସିକୁଆଁ ପଚାଂୟତରେ ଆଜି ସରପଚଂ ପ୍ରାଥିନୀ ଭୋଲେଶ୍ବରୀ ଦାସଙ୍କ ବାପା ସନ୍ୟାସୀ ଦାସ ଭୋଟର ମାନଙ୍କୁ ଟଙ୍କା ବାଣ୍ଟୁଥିବା କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସରପଚଂ ପ୍ରାର୍ଥିନୀ ଭୋଲେଶ୍ବରୀଙ୍କ ବାପା ପେଶାରେ ସୁନାରିସିକୁଆଁ ହାଇସ୍କୁଲର ପଣ୍ଡିତ ଶିକ୍ଷକ ଅଟନ୍ତି । ଆଜି ସୁନାରିସିକୁଆଁ ଗାଁର ମାଝିପଡାରେ ଝିଅକୁ ନଙ୍ଗଳ ଚିହ୍ନରେ ଭୋଟ ଦେବା ପାଇଁ ଜଣ ପିଛା ଦୁଇ ଶହରୁ ପାଚଂ ଶହ ଟଙ୍କା ସେ ଓ ତାଙ୍କ ସମର୍ଥକ ମାନଙ୍କ ସହ ବାଣ୍ଟୁଥିବା ଅଭିଯୋଗ ହୋଇଛି । ଏହା ଜାଣିବା ପରେ ସୁନାରିସିକୁଆଁ ଗାଁର ସ୍ଥାନୀୟ ଲୋକମାନେ ତଥା ଅନ୍ୟତମ ସରପଚଂ ପ୍ରାର୍ଥୀ ଜଗମୋହନଙ୍କ ସମର୍ଥକ ମାନେ ମାଝିପଡାରେ ସେମାନଙ୍କୁ ଅଟକ ରଖି ତାଙ୍କ ଠାରୁ ଭୋଟର କାଗଜ ଓ ଟଙ୍କା ବଣ୍ଟନ କରୁଥିବା ଲିଷ୍ଟ ଉଦ୍ଧାର କରିଛନ୍ତି । ତେବେ ୨୫୦ ନାମଥିବା ଲୋକଙ୍କ ଲିଷ୍ଟ ରହିଥିବା ସରପଚଂ ପ୍ରାର୍ଥୀ ଜଗମୋହନ ବୈଠାରୁ ଅଭିଯୋଗ କରିଛନ୍ତି । ଏ ବାବଦରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବୀ କରିଛନ୍ତି ।
ଅନ୍ୟପକ୍ଷରେ ସରପଚଂ ପ୍ରାର୍ଥିନୀ ଭୋଲେଶ୍ବରୀଙ୍କ ବାପା ସନ୍ୟାସି ଦାସ ସେ ତାଙ୍କ ଘର ତିଆରି ପାଇଁ ଲେବର ଡାକିବାକୁ ଯାଇଥିଲେ ଏବଂ ଟଙ୍କା ବାଣ୍ଟିବା କଥାକୁ ମିଥ୍ୟା ବୋଲି ପାଲଟା ଅଭିଯୋଗ କରିଛନ୍ତି । ଯଦି ଏହା ପ୍ରମାଣିତ ହୁଏ ତାହେଲେ ତାଙ୍କ ଚାକିରି ଛାଡିଦେବେ ବୋଲି କହିଛନ୍ତି ।