ନୂଆଦିଲ୍ଲୀ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ରେ ପୁଲୱାମାରେ ଶହୀଦ ହୋଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଆମ ଦେଶ ପାଇଁ ସେମାନଙ୍କର ଉଲ୍ଲେଖନୀୟ ସେବାକୁ ମନେ ପକାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“୨୦୧୯ ରେ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ସମସ୍ତଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଆମ ଦେଶ ପାଇଁ ସେମାନଙ୍କର ଉଲ୍ଲେଖନୀୟ ସେବାକୁ ମନେ ପକାଉଛି । ସେମାନଙ୍କର ସାହସିକତା ଏବଂ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଦେଶ ଗଠନ ଦିଗରେ କାର୍ଯ୍ୟ କରିବାକୁ ପ୍ରେରିତ କରିଥାଏ ।”