
କନ୍ଧମାଳ, ବିକ୍ରି ପାଇଁ ଡିଲ୍ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ବନ ବିଭାଗ ଟିମ୍ କୁର୍ତମଗଡ଼ ପଚାଂୟତର ପିସ୍କୁମାହା ଗ୍ରାମରେ ଆଜି ଚଢ଼ଉ କରି ଏହି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି । ତୁମୁଡ଼ିବନ୍ଧ ରେଞ୍ଜରଙ୍କ ସହିତ ବିଭାଗୀୟ ଅନ୍ୟ କର୍ମଚାରୀ ମାନେ ଚଢ଼ଉରେ ସାମିଲ୍ ଥିଲେ ।