
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ୍ ଅନ୍ତର୍ଗତ ଗୋପାଳପୁର, ପିତାମ୍ବରପୁର ଓ ଏହାର ଆଖପାଖ ଅଂଚଳରେ ୧୨ ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି । ଏହି ହାତୀ ପଲ ଚାଷ ଜମିରେ ପଶି ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିବା ସହ ଫସଲ ଖାଇ ଯାଉଛନ୍ତି । ସେହିପରି ନିକଟରେ ଥିବା ବିଭିନ୍ନ ଗ୍ରାମ ଭିତରକୁ ପଶିଯାଉଛନ୍ତି । ଯାହାକୁ ଲୋକେ ଭୟଭିତ ହୋଇପଡିଛନ୍ତି । ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଏହି ହାତୀପଲକୁ ଜନବସତି ଠାରୁ ଦୂରକୁ ଘଉଡାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ।