ନୂଆପଡ଼ା, ବେଆଇନ ଭାବରେ ବାଳ ଚୋରା ଚାଲାଣ ଅଭିଯୋଗରେ ଖଡିଆଳ ତହସିଲ ଆବର୍ତନ ଦଳ ପକ୍ଷରୁ ତୁକଳା ଅଂଚଳରୁ ଚଢାଉ କରି ୬ ଗୋଟି ବାଳି ବୋଝେଇ ଟ୍ରାକ୍ଟର ଜବତ କରିଥିବା ସୂଚନା ମିଳିଛି । ତହସିଲଦାର ସିନ୍ଧୁସୂତା ପାତ୍ରଙ୍କ ନେତୃତ୍ବରେ ଆବର୍ତନ ଦଳର ଅନ୍ୟାନ୍ୟ ଅଧିକାରୀ ସାମିଲ ରହି ଏହି ଚଢାଉ କରିଥିଲେ । ସମସ୍ତ ବାଲି ବୋଝେଇ ଟ୍ରାକ୍ଟରକୁ ଖଡିଆଳ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି । ସମସ୍ତ ଟ୍ରାକ୍ଟରର ଜୋରିମାନା ଆଦାୟ ପରେ ଛଡାଯିବ ବୋଲି ତହସିଲ ପକ୍ଷରୁ ସୂଚନା ଦିଆଯାଇଛି ।
Related Stories
November 22, 2024