ଭୁବନେଶ୍ୱର, ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।
ଉଲ୍ଲେଖନୀୟ ଯେ ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କୁ ଜେରା କରିବା ପରେ ଗତକାଲି ସୁନ୍ଦରଗଡ଼ରୁ ଭୁବନେଶ୍ୱର ଅଣାଯାଇଥିଲା । ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଏହାରି ମଧ୍ୟରେ ବିଶ୍ୱଜିତ ମହାପାତ୍ରଙ୍କ ସଂପତ୍ତି, ଚାକିରି କାର୍ଯ୍ୟକାଳ ଆଦି ବିସ୍ତୁତ ଭାବରେ ଜେରା କରିଛନ୍ତି । ସିଲ କରାଯାଇଥିବା ବାସଭବନରେ ଭିଜିଲାନ୍ସ ପକ୍ଷରୁ ଜେରା ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା । ଗତ ୧୧ ତାରିଖ ଦିନ ଭିଜିଲାନ୍ସ ପକ୍ଷରୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଓ ବିଭିନ୍ନ ଠିକଣା ଉପରେ ଚଢ଼ାଉ ହୋଇଥିଲା ।